ଡିସେମ୍ବର ୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

ସମ୍ବଲପୁର ଆସିବେ ଅମିତ୍ ଶାହ

ଡିସେମ୍ବର ୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୨ ଦିନ ପାଇଁ ସମ୍ବଲପୁର ଗସ୍ତରେ ଆସୁଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ଅମିତ ଶାହ । ସମଲେଶ୍ୱରୀ ମନ୍ଦିର ଦର୍ଶନ ପରେ ଜିଏମ କଲେଜ ଅଡିଟୋରିୟମରେ ବୈଠକ ରହିଛି । ବୁର୍ଲା ସୁପରସ୍ପେଶାଲିଟ ବିଲ୍ଡିଂର ଉଦଘାଟନ କରିବା ସାଙ୍ଗକୁ ଅନ୍ୟ ପ୍ରକଳ୍ପ କରିବେ ଉଦଘାଟନ । ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଯାଇଛି । ତେବେ କେନ୍ଦ୍ରୀୟ ନେତୃତ୍ବ ଓଡିଶା ଯେତିକି ଗସ୍ତ କରିବେ ସେତିକି ଓଡିଶାକୁ ଫାଇଦା ଦେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

Leave a Reply

Your email address will not be published. Required fields are marked *