ପ୍ରୟାଗରାଜରେ ବୁଡ଼ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରୟାଗରାଜରେ ବୁଡ଼ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରୟାଗରାଜରେ ବୁଡ଼ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମହାକୁମ୍ଭରେ ଅନେକ ସନ୍ଥଙ୍କୁ ମଧ୍ୟ ଭେଟିଛନ୍ତି । ସେହିପରି ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ମଧ୍ୟ ମହାକୁମ୍ଭ ୨୦୨୫ ରେ ଯୋଗଦେବା ପାଇଁ ପ୍ରୟାଗରାଜରେ ପହଞ୍ଚିଛନ୍ତି । ସଙ୍ଗମ ସହରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ନିଜ ସୋସିଆଲ ମିଡିଆରେ ପେଜରେ ଲେଖିଛନ୍ତି, “ମହାକୁମ୍ଭ ସନାତନ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ ।

ଆଜି ଧାର୍ମିକ ନଗରୀ ପ୍ରୟାଗରାଜରେ,ଏହି ମହାନ ପର୍ବ ଏକତା ଏବଂ ଅଖଣ୍ଡତା ପାଳନ କରାଯାଉଛି । ମୁଁ ସଙ୍ଗମରେ ବୁଡ଼ ପକାଇବା ଏବଂ ସନ୍ଥମାନଙ୍କ ଆଶୀର୍ବାଦ ନେବାକୁ ଅପେକ୍ଷା କରିଛି”। ତେବେ ଆଜି ମହାକୁମ୍ଭରେ କେବଳ ସାଧାରଣ ଲୋକ ନୁହେଁ ବରଂ ବଡ଼ ବଡ଼ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ସଙ୍ଗମରେ ବୁଡ଼ ପକାଇବ ପରେ ଅନେକ ଧାର୍ମିକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି ।