‘ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢେଇ’
ଓଡ଼ିଶାରେ ଏକାକୀ ଲଢ଼ିବା ନେଇ ବିଜେପି ନିଷ୍ପତ୍ତିର କାରଣ ଖୋଲିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଲେ ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶା ରାଜ୍ୟର ଗର୍ବ ପାଇଁ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଲା ବିଜେପି। ଏହା ଆମ କାର୍ୟ୍ୟକର୍ତ୍ତାଙ୍କର ଦୃଢ଼ ମତ ଥିଲା ଏବଂ ମୁଁ ଭାବୁଛି ଓଡ଼ିଶା ଜନତାଙ୍କର ମଧ୍ୟ ଏହି ଦୃଢ଼ ମତ ଥିଲା। ସେହି ମତ ଆଧାରରେ ଆଗକୁ ବଢ଼ିଲୁ। ଏବେ ଆଉ ଦ୍ୱନ୍ଦ୍ୱ ନାହିଁ। ଏଥର ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ ବୋଲି କହିଛନ୍ତି ଶାହ। ସେ ଆହୁରି କହିଛନ୍ତି ଯେ, ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ‘ଇଣ୍ଡିଆ ଟୁଡେ’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଅମିତ ଶାହ।