‘ସୁଭଦ୍ରା’ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା: ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ

‘ସୁଭଦ୍ରା’ ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ରହିଛି ବହୁ ଦ୍ୱନ୍ଦ୍ୱ। ଆଜି ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜନସେବା କେନ୍ଦ୍ରର ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ। ସେ କହିଛନ୍ତି, ଘରେ ରହି ଅନ୍‌ଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ। ଶ୍ରୀ ଦାଶ କହିଛନ୍ତି, ସୁଭଦ୍ର ପାଇଁ ଆବେଦନ କରିବାକୁ ହେଲେ ଜନସେବା କେନ୍ଦ୍ରକୁ ଆସିବାକୁ ପଡ଼ିବ। ଆଜି ସନ୍ଧ୍ୟାରୁ ଖୋଲିବ ସୁଭଦ୍ରା ପୋର୍ଟାଲ। ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଲଗାନ୍ତୁନି ଭିଡ଼। ସେହିପରି ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ ବୋଲି ଶ୍ରୀ ଦାଶ କହିଛନ୍ତି। ଗାଁ ଠାରୁ ସହର ଯାଏଁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ମୋ ସେବା କେନ୍ଦ୍ର, ଆନ୍‌ଲାଇନ୍‌ ସେଣ୍ଟର, ପୋଷ୍ଟ ଅଫିସ, ବ୍ୟାଙ୍କରେ ମହିଳାମାନଙ୍କର ଭିଡ଼ ରହୁଛି।