ବନ୍ଦ ହୋଇଯିବ ହିଣ୍ଡେନ୍‌ବର୍ଗ

ବନ୍ଦ ହୋଇଯିବ ଆମେରିକୀୟ କମ୍ପାନୀ ହିଣ୍ଡେନ୍‌ବର୍ଗ

ବନ୍ଦ ହୋଇଯିବ ଆମେରିକୀୟ କମ୍ପାନୀ ହିଣ୍ଡେନ୍‌ବର୍ଗ। କମ୍ପାନୀ ପ୍ରତିଷ୍ଠାତା ନାଥାନ ଏଣ୍ଡରର୍ସନ ନିଜେ ହିଣ୍ଡେନ୍‌ବର୍ଗ ବନ୍ଦ ହେବ ବୋଲି ଘୋଷଣା କରିଛନ୍ତି। ନିଜ କର୍ମଚାରୀଙ୍କୁ ଏକ ମେସେଜ୍ ସେୟାର କରି ନାଥାନ କହିଛନ୍ତି, ଅନେକ ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି। ହିଣ୍ଡେନବର୍ଗ ରିସର୍ଚ୍ଚ ସିଇଓ ନାଥାନ ଏଣ୍ଡରସନ ଏହା ବି କହିଛନ୍ତି, ଯେ ସେ ସ୍ମାର୍ଟ ହେବା ଜାଣିନାହାଁନ୍ତି, ତେଣୁ ସେ ତାଙ୍କ କମ୍ପାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ସହିତ, ଐତିହାସିକ ଆର୍ଥିକ ତଦନ୍ତ ଯୁଗର ମଧ୍ୟ ଅନ୍ତ ଘଟିଛି। ଆଦାନୀ ଗ୍ରୁପକୁ ବିପୁଳ କ୍ଷତି ପହଞ୍ଚାଇଥିବା ଆମେରିକାର ଏକ ସର୍ଟ-ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ ଏକ୍ସ’ରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ତାଙ୍କର ଯାତ୍ରା, ସଂଘର୍ଷ ଏବଂ ସଫଳତା ବାଣ୍ଟିଛନ୍ତି। ହେଲେ ବନ୍ଦ କରିବାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ନାହାଁନ୍ତି ହିଣ୍ଡେନବର୍ଗର ସିଇଓ ।