୧ ସପ୍ତାହ ପୂର୍ବରୁ ଅମରନାଥ ଯାତ୍ରା ବନ୍ଦ
ମୌସୁମୀଜନିତ ବର୍ଷା ଯୋଗୁଁ ବନ୍ଦ ହେଲା ଅମରନାଥ ଯାତ୍ରା । ଧାର୍ଯ୍ୟ ହୋଇଥିବା ସମୟର ୧ ସପ୍ତାହ ପୂର୍ବରୁ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ପରିସ୍ଥିତି ସଙ୍ଗୀନ ରହିଛି । ଲଗାଣ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଏକ ସପ୍ତାହ ପୂର୍ବରୁ ବନ୍ଦ କରିଦିଆଯାଇଛି । ଅମରନାଥ ଯାତ୍ରା ଅଗଷ୍ଟ ୯ରେ ରାକ୍ଷୀ ପୂର୍ଣ୍ଣିମାରେ ବନ୍ଦ ହେବାର ଥିଲା । କିନ୍ତୁ ଏକ ସପ୍ତାହ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଛି ।ଜମ୍ମୁ-କଶ୍ମୀରରେ ଲଗାଣ ବର୍ଷା ଏବଂ ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସୋମବାର ଦିନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ସମାପ୍ତ ଘୋଷଣା କରାଯାଇଛି । ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (SASB) ପକ୍ଷରୁ କୁହାଯାଇଛି ଯେ, ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପବିତ୍ର ଗୁମ୍ଫାକୁ ଯାଉଥିବା ରାସ୍ତାଗୁଡ଼ିକ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାହାଡ଼ରୁ ପଥର ଖସିବାର ଆଶଙ୍କା ମଧ୍ୟ ରହିଛି । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ୩ ଦିନ ପୂର୍ବରୁ ତୀର୍ଥଯାତ୍ରୀଙ୍କୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଥିଲା ।
