ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ
ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି । ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁ ଅଫିସିଆଲ ୱେବସାଇଟ ଜରିଆରେ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଖୁବଶୀଘ୍ର ରେଜିଷ୍ଟ୍ରେସନ ଆରମ୍ଭ ହେବ । ଶ୍ରୀଇନ ବୋର୍ଡ ତରଫରୁ ଦେଶର ବିଭିନ୍ନ ରାଜ୍ୟର ଡାକ୍ତରଙ୍କ ତାଲିକା ମଧ୍ୟ ଜାରି କରାଯାଇଥାଏ, ଏମାନଙ୍କ ଜରିଆରେ ସ୍ବାସ୍ଥ୍ୟ ଯାଞ୍ଚ ହୋଇଥାଏ । ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର । ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି ।ଅମରନାଥ ଯାତ୍ରା ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । ସେପଟେ ବାଲଟାଲ ମାର୍ଗରେ ଗଲେ ଶ୍ରଦ୍ଧାଳୁଙ୍କୁ ମାତ୍ର ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ରାସ୍ତା ଅତି କଠିନ ବୋଲି ଶ୍ରଦ୍ଧାଳୁମାନେ ଯିବାକୁ ରାଜି ହୋଇନଥାନ୍ତି । ଗତବର୍ଷ ଏହା ଜୁନ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଅର୍ଥାତ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିଥିଲା ।
