ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’

୮ଟି ବିଭାଗର ୧୩ ଯୋଜନାକୁ ସାମିଲ କରି ଆମ ଶାସନ ଆରମ୍ଭ

ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର। ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନେ ଜନତାଙ୍କୁ ଫୋନ୍ କରି ମତାମତ ନେବେ। ମୋବାଇଲକ୍ ଆପ୍ ମାଧ୍ୟମରେ ନିଆଯିବ ମତାମତ। ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଆଠଟି ବିଭାଗର 13 ଯୋଜନାକୁ ସାମିଲ କରି ଆମ ଶାସନ ଆରମ୍ଭ। ଟୋଲ ଫ୍ରି 14471ରେ ଯୋଗାଯୋଗ କରି କୌଣସି ସମସ୍ୟା, କାର୍ଯ୍ୟ ଓ ପରାମର୍ଶ ଏଥିରେ ଦେଇ ପାରିବେ । ହ୍ୱାଟ ସପ୍, ସୋଷିଆଲ ମିଡ଼ିଆ ଓ ୱେବ୍ ସାଇଟ୍ ରେ ବି ଦେଇପାରିବେ । ନୂଆ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶା । ଜଣର ବିକାସ ନୁହେଁ ଗଣର ବିକାସକୁ ଗୁରୁତ୍ଵ ଦେଇ ଆସିଛନ୍ତି । 21 ପ୍ରତିଶ୍ରୁତିରୁ ଅଧାରୁ ଅଧିକ ପୂରଣ କରିବାରେ ସକ୍ଷମ ହୋଇଛୁ। ଦିଲ୍ଲୀରୁ ଟଙ୍କାଟିଏ ମୋଦି ଯଦି ପଠାଉଛନ୍ତି ତାହା ଗାଁର ଲୋକଟେ ପାଉଛି । ଆମ ସରକାରରେ ବାଟ ବଣାର ପ୍ରଶ୍ନ ଉଠୁନାହିଁ। ଜାମ ଯୋଜନା ଦ୍ବାରା କୌଣସି ବ୍ୟକ୍ତି ବି କେହି ଲୁଟି ପାରୁନାହାନ୍ତି । ଆମେ ନିଜକୁ ବସ୍ ନ ଭାବି ସମସ୍ତ ଲୋକଙ୍କୁ ସାଥିରେ ନେଇ ଚାଲୁଛୁ। ଆଉ ସମସ୍ତ ଙ୍କୁ ଆହ୍ବାନ ସମସ୍ତେ ଚାଲନ୍ତୁ ।

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ , ବିଧାୟକ ଓ ସାଂସଦ ନିଜକୁ ବଡ ଭାବିବା ଠିକ୍ ନୁହେଁ । ମୁଁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ ମୁଖ୍ୟ ସେବକ ଭାବରେ ଆପଣ ମାବଙ୍କ ସେବା କରୁଛି । ଜନସାଧାରଣଙ୍କ ମତାମତ ବିନା ଯୋଜନା ହୋଇପାରେ ନାହିଁ । ଆମ ସରକାର ମତାମତ ନେଇ ସୁଶାସନ ଦେଇ ଆସୁଛନ୍ତି । ଜନତାଙ୍କ ମତାମତ ଆମ ପାଇଁ ବହୁ ମୂଲ୍ୟ ରଖେ । ପ୍ରଶାସନିକ ସ୍ତରରେ ଆଗାମୀ ଦିନରେ ଆମ ସରକାର ପରିବର୍ତ୍ତନ କରିବେ । ଲୋକଙ୍କ ନିକଟରେ ଉତ୍ତର ଦାୟୀ ରହିବା ସୁନିଶ୍ଚିନ୍ତ୍। ଆମ ଶାସନ ଉପରେ ମୋର ପୁରା ବିଶ୍ୱାସ । ସୁଶାସନ ଓ ସ୍ଵଚତାରେ ସରକାର ଚଳାଇବାରେ ସହାୟକ ହେବ । ଆମ ଶାସନ ନାଗରିକ କେନ୍ଦ୍ରିକ ଶାସନ । ଆମ ଶାସନ ଅଭିଯାନ ମାଧ୍ୟମରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ । ନ୍ୟାୟ ଦେବା ପାଇଁ ଆମେ ଆଗେଇ ଆସିଛୁ ଆଗେଇ ଯିବୁ ।