ରାଜ୍ୟରେ ବଢିବ ଆମ ବସ୍‌

୬୦୦ ଇ-ବସ୍‌ କିଣିବାକୁ ରାଜ୍ୟ ସରକାରଙ୍କ ଯୋଜନା

ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି । ଏହା ଫଳରେ ରାଜ୍ୟରେ ଆମ ବସ୍ ସେବାର କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ ।

Leave a Reply

Your email address will not be published. Required fields are marked *