ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ

୨୮ ହଜାର ୭ ଶହ ଥର ଯାଞ୍ଚ ହେଲାଣି ଆମ ବସ୍

୨୮ ହଜାର ୭ ଶହ ଥର ଯାଞ୍ଚ ହେଲାଣି ଆମ ବସ୍ । ଦୁର୍ଘଟଣା ରୋକିବକୁ ବର୍ଷକ ମଧ୍ୟରେ ୨୮ ହଜାର ୭ଶହ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ଆମ ବସ୍ । ମୋ ବସର ସ୍ପିଡ଼ ଲିମିଟକୁ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡ଼ିଜେଲ ବସର ଚଳିତ ବର୍ଷର ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ବର୍ଷକ ଭିତରେ ଆମ ବସ୍ ୭ ମୁଣ୍ଡ ନେଲାଣି । ଆମ ବସ୍ ଦୁର୍ଘଟଣାରେ ଭୁବନେଶ୍ୱରରେ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ଗୁରୁତର ହୋଇଛନ୍ତି । ଭୁବନେଶ୍ୱରରେ ସର୍ବାଧିକ ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ଗୁରୁତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *