ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ରାସ୍ତାରେ ଫସିଲା ଆମ ବସ୍
ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଲା ଆମ ବସ୍ । ବାରଙ୍ଗ ମେଡିକାଲ ଛକ ନିକଟରେ ଆମ ବସଟି ୟୁଟର୍ନ ବୁଲାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ନନ୍ଦନକାନନ ପଟୁ କଟକ ଅଭିମୁଖେ ଯାତାୟାତ କରୁଥିବା ରାସ୍ତା ଉପରେ ବସଟି ଫସି ରହିଛି । ଫଳରେ ଯାତାୟତରେ ସମସ୍ୟା ଦେଖା ଦେଇଛି । ରୁଟ୍ ନଂ ୧୩ ଆମ ବସଟି ନନ୍ଦନକାନନ ପଟୁ ଆସି ବାରଙ୍ଗ ମେଡ଼ିକାଲ ଛକ ନିକଟରୁ ବୁଲାଇ ପୁଣି ନନ୍ଦନକାନନ ଅଭିମୁଖେ ଯାଇଥାନ୍ତା । ହେଲେ ବୁଲାଇବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ଉପରେ ଫସି ଯାଇଥିଲା ।ଫଳରେ ଭୁବନେଶ୍ୱର ପଟୁ କଟକ ଅଭିମୁଖେ ଆସୁଥିବା ଯାନବାହାନ ରାସ୍ତାରେ ଅଟକି ରହିବା ସହ ବହୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । କ୍ରୁଟ ଟେକ୍ନିକାଲ କର୍ମଚାରୀ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ମରାମତି କରୁଛନ୍ତି । ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରୁଛି । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଆମ ବସଟି ଫସି ରହିଥିଲା ।
