ଗିରଫ ହେବାର ୪ ଘଣ୍ଟା ପରେ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ ହେବାର ୪ ଘଣ୍ଟା ପରେ ତେଲଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଅଲ୍ଲୁ ଅର୍ଜୁନଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି।ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇ ତେଲଙ୍ଗାନା ହାଇକୋର୍ଟ ଅଲ୍ଲୁ ଅର୍ଜୁନଙ୍କ ସ୍ବାଧୀନତା ଅଧିକାରକୁ ଦର୍ଶାଇ କହିଛନ୍ତି ଯେ, ସେ ଜଣେ ଅଭିନେତା ହୋଇଥିବାରୁ ତାଙ୍କୁ ଏହିପରି ରଖାଯାଇପାରିବ ନାହିଁ।ଅନ୍ୟପକ୍ଷେ ନିମ୍ନ ଅଦାଲତ ଅର୍ଜୁନଙ୍କ ଜାମିନ ନାମଞ୍ଜୁର କରି ୧୪ ଦିନ ଜେଲ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ, ଡିସେମ୍ବର ୪ରେ, ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସା ଥିଏଟର ନିକଟରେ ଦଳାଚକଟା ହୋଇଥିଲା। ଏଥିରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏପରିକି ତାଙ୍କର ୮ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ରେ ଅଲ୍ଲୁ ଅର୍ଜୁନଙ୍କ ସହ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଶୁକ୍ରବାର ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *