ଯୌନ ନିର୍ଯାତନା ଅଭିଯୋଗ, ପ୍ରଫେସର ନିଲମ୍ବିତ

ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର ନିଲମ୍ବିତ

ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର ନିଲମ୍ବିତ। ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସର ନିଲମ୍ବିତ। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କଲେ କୁଳପତି । ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ । ପ୍ରଫେସରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଛାତ୍ରୀ । ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସେଲ୍‌ରେ ହୋଇଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ । ଠିକ୍‌ସେହି ସମୟରେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ । ସେ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ । ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ ।