ଆଉ ଆପଣଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ

ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା

ଆଉ ଆପଣଙ୍କୁ ତହସିଲ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ ।  ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ବ ତଥ୍ୟ । ଇ-ରେଜିଷ୍ଟ୍ରେସନ ଆପ୍‌ କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଛୋଟ ଛୋଟ କାମ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ । ସରକାରରେ ସହଜ ଓ ସୁଗମ ହେଉଛି ବ୍ୟବସ୍ଥା । ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ହାତପାହାନ୍ତାରେ ଉପଲବ୍ଧ ହେଉଛି ବିଭିନ୍ନ ସେବା । ଆଜି ବିଭାଗ ପକ୍ଷରୁ ଇ-ରେଜିଷ୍ଟ୍ରେସନ ଆପ୍‌ ଏବଂ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନେକ ସମୟରେ ଜମିଜମାର ରେଜିଷ୍ଟ୍ରେସନ ଓ ମାଲିକାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଇଥାଏ । ମୁଖ୍ୟମନ୍ତ୍ରୀ ଆଜି ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ରାଜସ୍ୱ ବିଭାଗ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍‌ର ବିକାଶ ହୋଇଛି । ଏହି ଆପ୍ ଦ୍ୱାରା ଘରେବସି ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ୍ ବୁକିଙ୍ଗ, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିହେବ। ଜମିର ବେଞ୍ଚମାର୍କ ମାର୍କେଟ୍ ଭାଲ୍ୟୁ ମଧ୍ୟ ଜାଣିହେବ।

ଏହି ଆପ୍‌ ରେ ସବ୍ ରେଜିଷ୍ଟ୍ରର ଅଫିସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିପାରିବ। ଏହାଦ୍ୱାରା ଡିଜିଟାଲ ସେବା ପ୍ରଦାନରେ ସରକାର ଏକ ବଡ ମାଇଲଷ୍ଟୋନ ହାସଲ କରିଛନ୍ତି । ଆମ ସରକାର ଶାସନକୁ ଆସିବା ପରେ ରାଜସ୍ବ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିଛି ଓ ରାଜସ୍ବ ସେବା ଲୋକମାନଙ୍କର ନିକଟତର ହୋଇଛି । ବିଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତାଗୁଡିକ ଏହି ପୁସ୍ତିକାରେ ସ୍ଥାନ ପାଇଛି। ଜନସାଧାରଣ ଆମ ସରକାର ଉପରେ ଅନେକ ଆଶା ଓ ଭରସା ରଖିଛନ୍ତି। ସେହି ଭରସାକୁ ଅକ୍ଷୁର୍ଣ୍ଣ ରଖି ଆମେ ପ୍ରତ୍ୟେକ ସମୟରେ ଯତ୍ନବାନ ଓ ଦାୟିତ୍ୱବାନ ହୋଇ ନିରନ୍ତର ସେବା ଯୋଗାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।