ଅପରେସନ ସିନ୍ଦୂରକୁ ନେଇ ଆଜି ସର୍ବଦଳୀୟ ବୈଠକ
ଅପରେସନ ସିନ୍ଦୂରକୁ ନେଇ ଆଜି ସର୍ବଦଳୀୟ ବୈଠକ । ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା କରାଯାଇଥିବା ଅପରେସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅପରେସନ୍ ସିନ୍ଦୂରର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାମରିକ ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ସଂସଦରେ ଅପରେସନ୍ ସିନ୍ଦୂର ବିଷୟରେ ସମସ୍ତ ରାଜନୈତିକ ଦଳକୁ ସୂଚନା ଦେବା ପାଇଁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି।
