୧୬ରେ ସର୍ବଦଳୀୟ ବୈଠକ

୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ

୧୬ରେ ସର୍ବଦଳୀୟ ବୈଠକ । ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ସୁରୁଖୁରରେ ବିଧାନସଭା ସାରିବା ନେଇ ହେବ ଆଲୋଚନା । ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।