ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ

ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ

ଇଣ୍ଡିଗୋ ଏୟାରଲାଇନ ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି । ଡିସେମ୍ବର ୪ ତାରିଖରେ ସମଗ୍ର ଦେଶରେ ଇଣ୍ଡିଗୋ ଉଡ଼ାଣ ଉପରେ ପ୍ରଭାବ ପଡିଥିଲା । ଏପରି ସ୍ଥଳେ ଦିଲ୍ଲୀରୁ ଆସି ସବୁ ବିମାନ ଉଡ଼ାଣ ବାତିଲ ହୋଇଛି । ଇଣ୍ଡିଗୋ ଦିଲ୍ଲୀ ଏୟାରପୋର୍ଟରୁ ଆଜି ପାଇଁ ସମସ୍ତ ବିମାନ ଉଡ଼ାଣ ରାତି ୧୨ଟା ବାତିଲ କରିଛି ।ସେହିପରି ଇଣ୍ଡିଗୋ ଚେନ୍ନାଇ ଏୟାରପୋର୍ଟରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି । ଇଣ୍ଡିଗୋ ବାତିଲ ହେବା ଯୋଗୁଁ ଅନ୍ୟ ଏୟାରଲାଇନର ଟିକେଟ ଦାମ୍ ଦୁଇଗୁଣା ବଢିଯାଇଛି । ଯେଉଁ ଟିକେଟ ୫-୬ ହଜାର ଟଙ୍କାରେ ମିଳୁଥିଲା, ସେ ଟିକେଟର ଦାମ୍ ୩୦-୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି ।ବେଙ୍ଗାଲୁରୁ ବିମାନ ବନ୍ଦରରେ ଉଡ଼ାଣ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।

Leave a Reply

Your email address will not be published. Required fields are marked *