ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ

ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ

ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ । ହାଇକୋର୍ଟର ସମସ୍ତ ବିଚାରପତି ପାଇବେ ପୂର୍ଣ୍ଣ ପେନସନ। ଏ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି। ସମସ୍ତ ହାଇକୋର୍ଟର ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ବାର୍ଷିକ ୧୫ ଲକ୍ଷ ପେନସନ ପାଇବେ। ବିଚାରପତି ଓ ଅତିରିକ୍ତ ବିଚାରପତି ବର୍ଷକୁ ୧୩ ଲକ୍ଷ ୬୦ ହଜାର ପେନସନ ପାଇବେ । ବିଚାରପତି ଓ ଅତିରିକ୍ତ ବିଚାରପତିଙ୍କ ବିଧବା ପତ୍ନୀଙ୍କୁ ଫେମିଲି ପେନସନ ମିଳିବ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିଚାରପତି ମାନଙ୍କ ମଧ୍ୟରେ ଭେଦଭାବ ସମ୍ବିଧାନର ଧାରା-୧୪ର ଉଲଘଂନ କରୁଛି । ତେଣୁ ସମସ୍ତ ହାଇକୋର୍ଟ ବିରାରପତିଙ୍କୁ ପୂର୍ଣ୍ଣ ପେନସନ ଦିଆଯାଇବା ନେଇ ଆମେ ବିଚାର କରିଛୁ । ସେହିପରି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ଭେଦଭାବ ହେବା ବି ଠିକ୍ କଥା ନୁହେଁ । ସେହିପରି ଅତିରିକ୍ତ ବିଚାରପତିମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସମାନ ଭାବେ ସୁବିଧା ସୁଯୋଗ ମିଳିବ