ଆସନ୍ତାକାଲିଠାରୁ ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି

କାଲିଠୁ ସକାଳୁଆ ସବୁ ଅଙ୍ଗନବାଡ଼ି

ଆସନ୍ତାକାଲିଠାରୁ ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସକାଳ ୭ଟାରୁ ଦିନ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ। ଏନେଇ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ସକାଳୁଆ ସ୍କୁଲ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍କୁଲଗୁଡ଼ିକ ମଧ୍ୟ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଲିବ।