ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା
ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସମସ୍ତଙ୍କୁ ତଦନ୍ତ ପରିସରଭୁରକ୍ତ କରାଯିବ । ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ମାମଲାରେ ସମସ୍ତ ଆଇନଗତ ପ୍ରକ୍ରିୟା ଗ୍ରହଣ କରାଯିବ । ବିଳମ୍ବରେ ଏତଲା ହୋଇ ଥିଲେ ମଧ୍ୟ ତଦନ୍ତରେ କୌଣସି ସମସ୍ୟା ହେଵ ନାହିଁ ବୋଲି ସେ କହିଛନ୍ତି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ କଟକ ମର୍କତ ନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶନିବାର ବିଳମ୍ବିତ ରାତିରେ କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମା ଶେଫାଳି ।
