ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ମୃତ୍ୟୁ ପରେ ଗୁରୁବାର ରାଜକୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ୬୬ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ବରିଷ୍ଠ ନେତା ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଛନ୍ତି ।ବୁଧବାର ସନ୍ଧ୍ୟାରେ ଅଜିତ ପାୱାରଙ୍କ ପାର୍ଥିବ ଶରୀରକୁ ପୁଣେ ଜିଲ୍ଲାର ବାରାମତୀର ଏକ ଶିକ୍ଷାନୁଷ୍ଠାନକୁ ଅଣାଯାଇଥିଲା । NCP କର୍ମୀଙ୍କ ସହିତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ସେଠାରେ ଏକତ୍ରିତ ହୋଇ ଦିବଂଗତ ନେତାଙ୍କ ସମ୍ମାନରେ ସ୍ଲୋଗାନ ଦେଇଥିଲେ ।
