ଓଡ଼ିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ

ଜାନୁଆରୀ ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଓଡ଼ିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅଜୟ କୁମାର । ଆଜି ନୂଆ ପ୍ରଭାରୀଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗକୁ ନିର୍ବାଚନ ଥିବାରୁ ନୂଆ ପ୍ରଭାରୀଙ୍କଠୁ ଅନେକ କିଛି ଆଶା ରଖିଛି କଂଗ୍ରେସ । ଆସନ୍ତା ମାସରେ ରାହୁଲ ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହାପୂର୍ବରୁ ନୂଆପ୍ରଭାରୀ ପହଞ୍ଚି ରାଜ୍ୟ କଂଗ୍ରେସକୁ ନୂଆ ରଣନୀତି ପାଇଁ ପ୍ରସ୍ତୁତ କରିବେ । ନ୍ୟାୟ ଯାତ୍ରାରେ ରାହୁଲ ଓଡ଼ିଶା ଆସିବାର ଠିକ୍ ପୂର୍ବରୁ ଓଡ଼ିଶା ନେତାଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିବେ ଅଜୟ କୁମାର । ନାଗପୁରରେ ଆୟୋଜିତ କଂଗ୍ରେସର ୧୩୯ତମ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ନବ ନିଯୁକ୍ତ ପ୍ରଭାରୀଙ୍କୁ ଭେଟିଛନ୍ତି ପିସିସି ସଭାପତି । ଏହି ସମୟରେ ଅଜୟ କୁମାରଙ୍କ ସହ ଚର୍ଚ୍ଚା-ଆଲୋଚନା କରିବା ସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ପିସିିିସି ସଭାପତିଙ୍କ ସହ ଆଲୋଚନା ସମୟରେ ସଂଗଠନକୁ ମଜବୁତ କରିବା, ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା, ଓଡ଼ିଶାରେ ସରକାର ଗଠନ ପାଇଁ ଉଦ୍ୟମ କରିବା, ଲୋକସଭାରେ ଅଧିକରୁ ଅଧିକ ଆସନ ହାସଲ କରିବା, କଂଗ୍ରେସ ବିଧାୟକ, ସାଂସଦ ଓ ଜିଲ୍ଳା ସଭାପତିଙ୍କ ସହ ଆଲୋଚନା କରିବା ଆଦି ପ୍ରସଙ୍ଗରେ ଅଲୋଚନା କରିଛନ୍ତି ପ୍ରଦେଶ କମିଟି ସଭାପତି ଶରତ ପଟ୍ଟନାୟକ।