ଆଗଉଛି ପୁରୀରେ ଏୟାରପୋର୍ଟ ପ୍ରକଳ୍ପ କାର୍ଯ୍ୟ

୬୮.୯୧ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମୋଦନ

ଆଗେଇ ଚାଲିଛି ପୁରୀରେ ହେବାକୁ ଥିବା ଏୟାରପୋର୍ଟ ପ୍ରୋଜେକ୍ଟ କାର୍ଯ୍ୟ । ଗୋଟିଏ ଗୋଟିଏ ପର୍ଯ୍ୟାୟ ଅତିକ୍ରମ ହେଉଥିବା ବେଳେ ଆଉ ଏକ ଷ୍ଟେଜରେ ପହଞ୍ଚିଛି କାମ। ସିପସରୁବାଲିରେ ଥିବା ୬୮.୯୧ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ମିଳିଛି ଅନୁମୋଦନ ।  କିସମ ପରିବର୍ତ୍ତନ ପାଇଁ ପିସିସିଏଫ୍‌ଙ୍କୁ ଅନୁମୋଦନ । ଜଙ୍ଗଲଜମି ଆଇନ ୧୯୮୦ ଧାରା -୨କ୍ଲଜ୍- ୨ ଅନୁଯାଇ ଏହାକୁ ଅନୁମୋଦନ କରାଯାଇଛି । ୧୧୬୪ ଏକର ଜମିରେ ବିମାନ ବନ୍ଦର ନିର୍ମାଣ ହେବା ପ୍ରକ୍ରିୟା ଜାରି ରହିଛି ।

ଏହାମଧ୍ୟରୁ ପ୍ରାୟ ୨୨୧ ଏକର ଜମି ଅଧିଗ୍ରହଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ଅବଶିଷ୍ଟ ଜମିରେ ବାଉଣ୍ଡରୀ ଓ୍ବାଲ କାମ ଶେଷ କରିଛି କାର୍ଯ୍ୟ ହାତକୁ ନେଇଥିବା କମ୍ପାନୀ ଇଡକୋ । ସାଇଟ କ୍ଲିଅରାନ୍ସ ଲାଗି କେନ୍ଦ୍ରକୁ ଚିଠି ଲେଖାଯାଇଥିବାବେଳେ ଯେତେଶୀଘ୍ର କ୍ଲିଅରାନ୍ସ ମିଳିବ ସେତେ ଶୀଘ୍ର ଶେଷ ହେବ କାମ । ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ସଂକ୍ରାନ୍ତ ଜନ ଶୁଣାଣି ଶେଷ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କ୍ଳିଅରାନ୍ସକୁ  ଅପେକ୍ଷା କରାଯାଇଛି । ତେବେ ଏହି ଖବର ଶୁଣିବ ପରେ ପୁରୀବାସୀ ବେସ ଖୁସିଥିବା ଦେଖିବାକୁ ମିଳିଛି ।