ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ କ୍ଷମା ମାଗିଲା ଏୟାର ଇଣ୍ଡିଆ

କେନ୍ଦ୍ର ମନ୍ତ୍ରୀଙ୍କୁ କ୍ଷମା ମାଗିଲା ଏୟାର ଇଣ୍ଡିଆ

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି। କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ ବିମାନ କମ୍ପାନୀ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶିବରାଜ ଏୟାର ଇଣ୍ଡିଆ ଉପରେ ଉଡ଼ାଣ ସମୟରେ ଏକ ଭଙ୍ଗା ସିଟ ଆଲର୍ଟ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ବିମାନ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପଡିଲା। କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗର ଜବାବରେ ଏୟାର ଇଣ୍ଡିଆ କହିଛି,ଆପଣଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ। ଦୟାକରି ନିଶ୍ଚିତ ହୁଅନ୍ତୁ ଯେ, ଭବିଷ୍ୟତରେ ଏପରି କୌଣସି ଘଟଣା ନ ଘଟାଇବା ପାଇଁ ଆମେ ଏହି ମାମଲାକୁ ସତର୍କତାର ସହ ଯାଞ୍ଚ କରୁଛୁ।ଏହାପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ଏକ୍ସରେ ଲେଖିଥିଲେ, ଆଜି ମୋତେ ଭୋପାଳରୁ ଦିଲ୍ଲୀ ଆସିବାକୁ ଥିଲା। ପୁସାରେ କିଷାନ ମେଳା ଉଦଘାଟନ, କୁରୁକ୍ଷେତ୍ରରେ ପ୍ରାକୃତିକ କୃଷି ମିଶନର ଏକ ବୈଠକ ଏବଂ ଚଣ୍ଡିଗଡ଼ରେ କୃଷକ ସଂଗଠନର ମାନ୍ୟବର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର ଥିଲା। ମୁଁ ଏୟାର ଇଣ୍ଡିଆର ବିମାନ AI436ରେ ଟିକେଟ ବୁକ କରିଥିଲି, ମୋତେ 8C ନମ୍ବର ସିଟ ଆଲର୍ଟ ହୋଇଥିଲା। ମୁଁ ଯାଇ ସିଟ ଉପରେ ବସିଲି, ସିଟଟି ଭଙ୍ଗା ଏବଂ ତଳକୁ ଦବି ଯାଇଥିଲା। ବସିବା ଯନ୍ତ୍ରଣାଦାୟକ ଥିଲା।ଶିବରାଜ ଆହୁରି କହିଛନ୍ତି, ମୁଁ ଏୟାରଲାଇନ୍ସ କର୍ମଚାରୀଙ୍କୁ ପଚାରିଲି ଯେ ଯଦି ସିଟ ଖରାପ ଥିଲା ତେବେ କାହିଁକି ଆଲର୍ଟ କରାଯାଇଥିଲା? ଏହି ସିଟ ଯଦି ଭଲ ନ ଥିଲା ଏହାର ଟିକେଟ ବିକ୍ରି କରାଯିବା ଉଚିତ ନୁହେଁ। ଏପରି କେବଳ ଗୋଟିଏ ସିଟ୍‌ ନାହିଁ ବରଂ ଆହୁରି ଅନେକ ସିଟ୍‌ ଏପରି ଅଛି। ମୋର ସହଯାତ୍ରୀମାନେ ମୋତେ ମୋର ସିଟ ବଦଳାଇ ଭଲ ସିଟ ରେ ବସିବାକୁ ଅନୁରୋଧ କରିଥିଲେ, କିନ୍ତୁ ମୁଁ ମୋ ପାଇଁ ଅନ୍ୟ ବନ୍ଧୁଙ୍କୁ କାହିଁକି କଷ୍ଟ ଦେବି, ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ କେବଳ ଏହି ସିଟରେ ବସି ମୋର ଯାତ୍ରା ସମାପ୍ତ କରିବି। ମୋର ଧାରଣା ଥିଲା ଯେ ଟାଟା ପରିଚାଳନା ଦାୟିତ୍ୱ ନେବା ପରେ ଏୟାର ଇଣ୍ଡିଆର ସେବାରେ ଉନ୍ନତି ହେବ, କିନ୍ତୁ ଏହା ମୋର ଭୁଲ ଧାରଣା ବୋଲି ଜଣାପଡ଼ିଥିଲା।