ଭୟଙ୍କର ବିମାନ ଦୁର୍ଘଟଣା: ୨୪୧ ମୃତ, ଜଣେ ଯାତ୍ରୀ ଜୀବିତ

ଭୟଙ୍କର ବିମାନ ଦୁର୍ଘଟଣା: ୨୪୧ ମୃତ, ଜଣେ ଯାତ୍ରୀ ଜୀବିତ

ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିଲେ । ଆଉ ଏଥି ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣଙ୍କର ହିଁ ଜୀବନ ବଞ୍ଚିଯାଇଛି । ଏତେ ବଡ଼ ଦୁର୍ଘଟଣାରୁ ମାତ୍ର ଜଣେ ଯାତ୍ରୀ ହିଁ ଜୀବିତ ରହିଛନ୍ତି । ୨୪୨ ଯାତ୍ରୀ ଓ କ୍ରିଉ ମେମ୍ବର ମଧ୍ୟରୁ ଜଣେ ମାତ୍ର ଯାତ୍ରୀ ଜୀବିତ । ଏତେ ବଡ଼ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ହେଉଛନ୍ତି ରମେଶ ବିଶ୍ବାସ କୁମାର। ସିଟ୍ ନମ୍ବର 11-Aରେ ଥିବା ରମେଶ ବିଶ୍ୱକୁମାର ନାମକ ଜଣେ ଯାତ୍ରୀ ଜୀବିତ ଅଛନ୍ତି । ତେବେ ସେହି ବ୍ୟକ୍ତି ଜଣଙ୍କୁ ଯେଉଁ ସମୟରେ ହସ୍ପିଟାଲ ଯାଉଥିଲେ ସେହି ସମୟର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଏମିତି କି ଭିଡିଓରେ ସେ କିପରି ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ସେ କଥା ମଧ୍ୟ କହୁଥିବାର ଦେଖିବାକୁ ମିଳୁଛି । ତେବେ ହସ୍ପିଟାଲରେ ବର୍ତ୍ତମାନ ରମେଶଙ୍କର ଚିକିତ୍ସା ଚାଲିଛି ।