ପଠାନକୋଟରେ ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ
ପଞ୍ଜାବର ପଠାନକୋଟ ନଙ୍ଗଲପୁର ଥାନା ଅଞ୍ଚଳରେ ବାୟୁସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ । ଭାରତୀୟ ବାୟୁସେନର ଆପାଚି ହେଲିକପ୍ଟର ଜରୁରୀ ଅବତରଣ କରିଛି । ତେବେ ଘଟଣାରେ କୌଣସି ପ୍ରକାରର କ୍ଷତି ହୋଇନାହିଁ । ଖବର ମୁତାବକ, ଭାରତୀୟ ବାୟୁସେନାର ଆପାଚି ହେଲିକପ୍ଟର ପଞ୍ଜାବର ପଠାନକୋଟ ଜିଲ୍ଲାର ନାଙ୍ଗଲପୁର ପୋଲିସ ଷ୍ଟେସନ ଅର୍ନ୍ତଗତ ହଲେଡ ଗାଁରେ ଜରୁରୀକାଳୀନ ଅବତରଣ କରିଥିଲା । ପଠାନକୋଟ ବାୟୁସେନା ଷ୍ଟେସନରୁ ଉଡ଼ାଣ ଭରିଥିବା ହେଲିକପ୍ଟରରେ ବୈଷୟିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି ।
ହେଲିକପ୍ଟରର ଜରୁରୀ ଅବତରଣ ଦେଖି ଗ୍ରାମୀଣ ଏକାଠି ହୋଇଯାଇଥିଲେ । କିନ୍ତୁ ସୁରକ୍ଷାକର୍ମୀ ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ବାୟୁସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ଅବତରଣ ନେଇ ଅଫିସିଆଲ ବୟାନ ଜାରି ହୋଇନାହିଁ ।ସୂଚନାଯୋଗ୍ୟ, ଆପାଚି ହେଲିକପ୍ଟର ସପ୍ତାହେ ମଧ୍ୟରେ ଦ୍ବିତୀୟ ଏମରଜେନ୍ସୀ ଅବତରଣ । ପୂର୍ବରୁ ଉତ୍ତରପ୍ରଦେଶ ସହାରନପୁରରେ ମଧ୍ୟ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା ।
