ଗୁଜୁରାଟର ଜାମନଗରରେ ବାୟୁସେନାର ଯୁଦ୍ଧ ବିମାନ ଦୁଘର୍ଟଣାଗ୍ରସ୍ତ

ବାୟୁସେନାର ଯୁଦ୍ଧ ବିମାନ ଦୁଘର୍ଟଣାଗ୍ରସ୍ତ, ପାଇଲଟ ଗୁରୁତର

ଗୁଜରାଟର ଜାମନଗରରେ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇଜଣ ପାଇଲଟଙ୍କ ସହିତ ଏକ ପଶିକ୍ଷଣ ମିଶନରେ ଥିଲା । ଏହି ପାଇଲଟମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି । ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଦୁର୍ଘଟଣା ସ୍ଥଳର ଭିଡିଓ ଦେଖି ଘଟଣାର ଗମ୍ଭୀରତା ଅନୁମାନ କରାଯାଇପାରିବ । କ୍ରାସ୍ ଅବତରଣ ପରେ ବିମାନଟି ଖଣ୍ଡ ଖଣ୍ଡ ହୋଇଗଲା ଏବଂ ନିଆଁ ମଧ୍ୟ ଲାଗିଗଲା । ଏ ବିଷୟରେ ସୂଚନା ଦେଇ ଜାମନଗର ଏସ୍ ପି କହିଛନ୍ତି ଯେ ଜାମନଗରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ସୁଭାରଦା ଗ୍ରାମର ଏକ ଖୋଲା ପଡିଆରେ ରାତି ୯:୩୭ ସମୟରେ ଦୁର୍ଘଟଣା ଘଟିଥିଲା । କ୍ରାସ୍ ଲିଡିଂ ପରେ ଲଡାକୁ ବିମାନରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲାଭାଇଥିଲେ । ବର୍ତ୍ତମାନ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *