ଏଆଇସିସି ଓଡ଼ିଶା ଗଠନ କଲା ରାଜନୈତିକ ବ୍ୟାପାର କମିଟି
ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି। ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଛନ୍ତି । ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ୪ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ନାଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମର ଚନ୍ଦ୍ର ପ୍ରଧାନ, ସୁଶୀଲ ତିରିଆ, ଏପି ସେଠୀ, ରାମ ଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଆସଫ୍ ଅଲ୍ଲି ଖାନ, ତାରା ପ୍ରସାଦ ବାହିନୀ ପତି, ରମେଶ ଜେନା, ସି ଏସ୍ ରାଜନ ଏକ୍କା, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି ଏବଂ ସସ୍ମିତା ବେହେରା ପ୍ରମୁଖ ରହିଛନ୍ତି ।
