ଚଳିତ ଥର ରଥଯାତ୍ରାକୁ ଶୃଙ୍ଖଳିତ କରାଯିବ

ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା

ଚଳିତ ଥର ରଥଯାତ୍ରାକୁ ଶୃଙ୍ଖଳିତ କରାଯିବ। CCTV ବା ଥାର୍ଡ ଆଇ କଭରରେ ରହିବ ରଥଯାତ୍ରା। ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। AI କ୍ୟାମେରା ପୁରୀ ରଥଯାତ୍ରାରେ ହେଉଥିବା ଜନଗହଳି ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଲଗାଯିବ ବୋଲି ସେ କହିଛନ୍ତି। ଏପରିକି ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ବଡ଼ଦାଣ୍ଡରେ AI କ୍ୟାମେରା ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ AI କ୍ୟାମେରା । ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀ AI କ୍ୟାମେରା ଭିତରେ ରହିବ। ପୂର୍ବରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ , ତା ସାଙ୍ଗକୁ ବେଳାଭୂମି ସହ ପୁରା ସହରରେ ସିସିଟିଭି ଲଗାଯିବା ନେଇ ସୂଚନା ଦିଆଯାଇଥିଲା। ଏବେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ CCTV ଲଗାଯାଇଛି। ଏବେ ରଥଯାତ୍ରା ପୂର୍ବରୁ AI କ୍ୟାମେରା ବି ଲଗାଯିବ।ଏଥର ରଥଯାତ୍ରାରେ ସିସିଟିଭି ନଜରରେ ରହିବ ପୁରା ଶ୍ରୀକ୍ଷେତ୍ର। ଅତ୍ୟାଧୁନିକ AI କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରକୁ କେହି ଯଦି ବେଆଇନ ଭାବେ ମୋବାଇଲ ନେଉଛି ତା’କୁ ମଧ୍ୟ ଚିହ୍ନଟ କରିହେବ । ଏହି କ୍ୟାମେରା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।