ରାଜ୍ୟର ୨୧୧ ପରୀକ୍ଷା ହବରେ ଲାଗିବ AI କ୍ୟାମେରା

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଉଭୟ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ଉପରେ ନଜର ରଖିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଉତ୍କୃଷ୍ଟ AI କ୍ୟାମେରା । ରାଜ୍ୟର ୨୧୧ ପରୀକ୍ଷା ହବରେ ଏହାକୁ ଲଗାଯିବ । ନିଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗ୍ରହଣ କରିବ ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ ୧୨୮ GB କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବରେ ଲଗାଯିବ ଏହି କ୍ୟାମେରା । ଅନ୍ୟପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯାଇଛି ।ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହାଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟରନାଲଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି । କାରଣ ଏକ୍ସଟରନାଲଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ତାହା ଏବେ ଦୂର ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *