ଜୁନ୍ ୧୭ରୁ ଗାଟୱକିକୁ ଉଡ଼ିବ AI 159
ଆଉ ଉଡିବନି 171 । ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାଉଥିବା AI 171 ବିମାନ କ୍ରାସ୍ ହେବା ପରେ ନିଜ ସେବାରୁ 171 ଫ୍ଲାଇଟ ନମ୍ବର ହଟାଇବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଜୁନ ୧୭ ତାରିଖରୁ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ଯାଉଥିବା ବିମାନର ନମ୍ବର AI 159 ହେବ ବୋଲି ଜଣାପଡିଛି । ବିମାନ ବୁକିଂରେ ଏଥିପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସରୁ ମଧ୍ୟ 171 ନମ୍ବର ହଟାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସାଧାରଣତଃ ବଡ ଦୁର୍ଘଟଣାରେ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ନମ୍ବରକୁ ସେବାରୁ ହଟାଇ ଦିଆଯାଇଥାଏ ।
ସୂଚନାଯୋଗ୍ୟ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଜନବସତି ଏବଂ ମେଡିକାଲ କଲେଜର ଛାତ ଉପରେ ପଡିଥିଲା । ଦୁର୍ଘଟଣାରେ ୨୬୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
