ଲୋୟର ପିଏମଜିରେ ବସ୍ ମାଲିକ ସଂଘର ଗର୍ଜନ
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଓ ମୋ ବସ ବିରୋଧରେ ରଣ ହୁଙ୍କାର । ରାଜ୍ୟ ଘରୋଇ ବସ ମାଲିକ ସଂଘ ସରକାରଙ୍କ ଯୋଜନାକୁ ବିରୋଧ କରି ଧାରଣା ଦେଇଛନ୍ତି । ଭୁନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର ସଦସ୍ୟ । ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ । ସରକାର ନ ଶୁଣିଲେ ଡିସେମ୍ବର୧ ତାରିଖରେ ବସ ଧର୍ମଘଟ ପାଇଁ ସଂଘ ଚେତାବନୀ ଦେଇଛି । କଟକ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକରେ ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଥିଲା । ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନ ନେଇ ପୁଣି ଥରେ ଚେତାବନୀ ଦେଇଛି ମାଲିକ ସଂଘ ।