ହ୍ୟୁମାନଙ୍କ ମାଆଙ୍କ ବଡ ଅଭିଯୋଗ

ହ୍ୟୁମାନଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ, କହିଲେ ମୋ ପୁଅକୁ କରାଯାଉଥିଲା ୟୁଜ

ହ୍ୟୁମାନ ସାଗରଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ । ସେ କହିଛନ୍ତି, ମୋ ପୁଅକୁ ୟୁଜ କରାଯାଉଥିଲା । ଦେହ ଖରାପ ସତ୍ତ୍ବେ ତାକୁ ଷ୍ଟେଜ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ ।ଅଫେରା ରାଇଜରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ସେଠାରୁ ତାଙ୍କ କଟକସ୍ଥିତ ବାସଭବନ ଅଣାଯାଇଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ଼ସ୍ଥିତ ବାସଭବନକୁ ନିଆଯାଉଛି, ସେଠାରେ ଶେଷ କୃତ୍ୟ ସମ୍ପନ୍ନ ହେବ । ଗତ କିଛିଦିନ ଧରି ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର । ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗତ ଶୁକ୍ରବାର ଅପରାହଣରେ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *