ଭୁବନେଶ୍ବର ପରେ ପୁରୀରେ ‘ଆମବସ’ର ଯାଞ୍ଚ
ଭୁବନେଶ୍ବର ପରେ ପୁରୀରେ ‘ଆମବସ’ର ଯାଞ୍ଚ । ପରିବହନ ବିଭାଗ ପକ୍ଷରୁ ଆଜି ମାଳତୀପାଟପୁର ଛକ ଠାରେ ‘ଆମବସ’ ଗୁଡିକର ଯାଞ୍ଚ କରାଯାଇଛି । ସମସ୍ତଗାଡ଼ିର କାଗଜ ପତ୍ର, ଫିଟନେସ ସମେତ ଚାଳକମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ହୋଇଥିଲା । ସେହିପରି ଚାଳକମାନେ ମାଦକ ଦ୍ରବ୍ଯ ସେବନ କରିଛନ୍ତି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ୍ ଥିବା ଓ କୌଣସି ଚାଳକ ମାଦକ ଦ୍ରବ୍ୟ ସେବନ କରି ନ ଥିବା ସ୍ପଷ୍ଟ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା । ଇନିସପେକ୍ଟର ଏମଭିଆଇ ବିଭୂତି ରଞ୍ଜନ ନାୟକ ଓ ଜୁନିୟର ଏମଭିଆଇ ଦମୟନ୍ତୀ ମାହାଲି ଯାଞ୍ଚରେ ସାମିଲ ଥିଲେ ।
