୧୧ ମାସ ପରେ ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ

ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ

୧୧ ମାସ ପରେ ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ । ଶାନ୍ତିଶୃଙ୍ଖଳା ଲାଗି ହାଟରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ । ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଆରମ୍ଭ କଲେ ବେପାର । ବିରଜା ମନ୍ଦିର ପ୍ରକଳ୍ପ ପାଇଁ ହାଟକୁ ସ୍ଥାନାନ୍ତର କରାଯାଇଥିଲା । ହାଟ ସ୍ଥାନାନ୍ତର କରି ସନ୍ଥମାଧବ ଅଞ୍ଚଳରେ ନୂଆ ହାଟ ବସାଯାଇଥିଲା । ବାଦ ବିବାଦ ପରେ ଖୋଲିଲା ଯାଜପୁର ବିରଜା ହାଟ । ପୁରୁଣା ସ୍ଥାନକୁ ଫେରିଛି ବିରଜା ହାଟ । ଆଜି ପ୍ରଥମ ଦିନରେ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଖୋଲିଛି ବିରଜା ହାଟ।ରବିବାର ସକାଳୁ ଚାଷୀ ଓ ବ୍ୟବସାୟୀ ମାନେ ବିରଜା ମନ୍ଦିର ନିକଟ ହାଟରେ ଦୋକାନ ଖୋଲିଛନ୍ତି। ହାଟ ବିବାଦ ସମାଧାନ ପାଇଁ କିଛି ଦିନ ତଳେ ବୈଠକ ବସିଥିଲା । ପୁରୁଣା ସ୍ଥାନ ବିରଜା ମନ୍ଦିର ନିକଟରେ ହାଟ ଖୋଲିବାକୁ ନିଷ୍ପତି ନେଇଥିଲା ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published. Required fields are marked *