ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜାଙ୍କ ପ୍ରଶ୍ନ

କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ଦିଅନ୍ତୁ ନାହିଁ: ଅଦ୍ରିଜା ମଂଜରୀ ସିଂହଦେ

ଭୋଟ୍‌ ସମୟରେ ରୋଚକ ହେଉଛି ବଲାଙ୍ଗିର ରାଜ ପରିବାର କଳି। ପ୍ରଥମେ ଭିଡିଓ ସେୟାର କଲେ। ଏବେ ବଲାଙ୍ଗିର ଆସି ସର୍ବ ସମ୍ମୁଖରେ ରାଜ ପରିବାରର ଗୁମର ଖୋଲିଲେ ଅନଙ୍ଗ ଉଦୟସିଂହଦେଓଙ୍କ ସାନ ବୋହୂ ଅଦ୍ରିଜା ମଂଜରୀ ସିଂହଦେଓ। ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ନଦେବା ପାଇଁ ବଲାଙ୍ଗିରବାସୀଙ୍କୁ ଅପିଲ୍‌ କରିଛନ୍ତି।

ସେ ଆହୁରି ଲେଖିଛନ୍ତି, ନିର୍ବାଚନରେ ହାରିଯିବା ପରେ ପରିବାର ତରଫରୁ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର। ଯେଉଁଥିରୁ ବର୍ତ୍ତିବା ପାଇଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲି। ପ୍ରଥମେ ଡେରାଡୁନ୍‌(ଉତ୍ତରାଖଣ୍ଡ) ପୁଲିସ୍‌ରେ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର, ବଡ଼ଯାଆ(କଳିକେଶଙ୍କ ପତ୍ନୀ) ଓ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ବଲାଙ୍ଗିର ପୁଲିସ୍‌ର ସହଯୋଗ ଲୋଡ଼ିଥିଲି। କିନ୍ତୁ ଦୁଃଖର ବିଷୟ ନାରୀ ସଶକ୍ତିକରଣ ଓ ନାରୀ ସୁରକ୍ଷାର ଡିଡିମ୍ୱ ପିଟୁଥିବା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଏପରିକି ବଲାଙ୍ଗିର ସ୍ଥିତ ଶ୍ୱଶୁର ଘରକୁ ଆସିବା ପାଇଁ ମାଗିଥିବା ସୁରକ୍ଷା କର୍ମୀ ମଧ୍ୟ ଦେଇନଥିଲେ। ଓଲଟା ସେହି ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିଛି। ଏହି ପରିପ୍ରେକ୍ଷୀରେ ମୁଁ ବଲାଙ୍ଗିରର ମାଆ, ମାଉସୀ ଓ ଗୁରୁଜନଙ୍କୁ ଅନୁରୋଧ କରୁଛି, ଯେଉଁ ପରିବାର ନିଜ ବୋହୂଙ୍କୁ ଶାରୀରିକ, ମାନସିକ ତଥା ଯୌତୁକ ନିର୍ଯାତନା ଦେବା ଭଳି ଘୃଣିତ କାର୍ଯ୍ୟ କରୁଛନ୍ତି, ସେହି ପରିବାରରୁ ନିର୍ବାଚନ ଲଢ଼ୁଥିବା କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ଦିଅନ୍ତୁ ନାହିଁ। ଏପରି ପରିବାର ଓ ପ୍ରାର୍ଥୀଙ୍କ ହାତରେ ବଲାଙ୍ଗିରର ମାଆ ଓ ମାଉସୀକେବେ ମଧ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ଅଦ୍ରିଜା ଚିଠିରେ ଲେଖିଛନ୍ତି।