‘ଆଜି ଖୋଲ ତୋରଣ କାଲି ଭସାଣି ସାର’
ବାତ୍ୟା ଦାନାକୁ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଖୋଲିବ ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ । ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯିବ । ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ । ବାତ୍ୟା ଦାନାର ସିଧାସଳଖ ପ୍ରଭାବ ଉପକୁଳ ଜିଲ୍ଲା ଗୁଡ଼ିକରେ ପଡିବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିରୋ କାଜୁଆଲିଟି ଓ ଲୋକଙ୍କ ସୁରକ୍ଷାକୁ ଧ୍ୟାନ ଦିଆ ଯାଉଛି । ଜିଲ୍ଲାର ମୋଟ ଆଠଟି ବାତ୍ୟା ଆଶ୍ରୟସ୍ଥଳୀ ସହ ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ କିଭଳି କଳାବଜାରୀ ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟିମ ଗଠନ କରାଯାଇଛି । ଜିଲ୍ଲାର ୪୩୭ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ସିଏଚସି ପିଏଚସିରେ ଭର୍ତ୍ତି କରାଇବା ପାଇଁ ଯୋଜନା କରାଯାଇଛି ।