କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଣ୍ଟ
କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଣ୍ଟ । ଏନେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ଵାକ୍ଷର କରିଛି ଜେଏସଡବ୍ଲୁ । କେନ୍ଦୁଝରରେ ଆଇରନ ବେଲ୍ଟ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଓଡ଼ିଶାରେ ପୋସ୍କୋ କମ୍ପାନୀ ପ୍ରତିଷ୍ଠା ହେବ ନା ନାହିଁ, ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ବିଚାର ବିମର୍ଶ ଚାଲିଥିବା କହିଛନ୍ତି ଜେଏସଡବ୍ଲୁ ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ। ସେହିପରି ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ନିବେଶ କରିବ ଆଦିତ୍ୟ ବିର୍ଲା । ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶାରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଆଦିତ୍ୟ ବିର୍ଲା ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା । ଓଡ଼ିଶାରେ ଆଲୁମିନିୟମ ରିଫାଇନାରୀ ଏବଂ ଆଲୁମିନିୟମ ସ୍ମେଲଟର କରିବାକୁ ଯୋଜନା କରିଛି ଆଦିତ୍ୟ ବିର୍ଲା ।
