ବିହାରରେ ଓଲଟିଲା ଓଡ଼ିଶାରୁ ଯାଉଥିବା ବସ୍
ଅଧାରେ ରହିଗଲା କୁମ୍ଭମେଳା ଯିବା ସ୍ବପ୍ନ । ବିହାରରେ ଓଲଟିଲା ଓଡ଼ିଶାରୁ ଯାଉଥିବା ବସ୍ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରୟାଗରାଜ କୁମ୍ଭ ମେଳାକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୩୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ବସ୍ ରେ ୭୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ବସଟି ଏକ ଡମ୍ପରକୁ ପଛପଟୁ ଧକ୍କା ଦେବାରୁ ବସର ଆଗ ପଟ ସମ୍ପୂର୍ଣ୍ଣ ଭାବରେ ଚୂରମାର ହୋଇଯାଇଛି । ସମସ୍ତ ଆହତଙ୍କୁ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
