କାଲି ହାତ ଛାଡ଼ିଲେ, ଆଜି ଶଙ୍ଖ ଧରିଲେ

ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ

ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । କାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଧିରାଜ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ ଇସ୍ତଫାପତ୍ର । ବିଜେଡ଼ିରେ ମିଶିବା ପରେ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ କାମରେ ମୁଁ ଅନୁପ୍ରାଣିତ ହୋଇଛି । ନୀବନ ଓଡ଼ିଶା , ନୂଆ ଓଡ଼ିଶାର ଗଠନରେ ମୁଁ ଗୁଣ୍ତିଚା ମୂଷା ଭାବରେ କାମ କରିବ । ମୋତେ ବିଜୁ ପରିବାରରେ କାମ କରିବାରେ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ।” ଗତକାଲି କଂଗ୍ରେସ ଛାଡ଼ିବା ପରେ ଅଧିରାଜ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଥିଲେ ଯେ, ‘ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି । କେଉଁ ଦଳକୁ ଯିବି କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି । ୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି । ଓଡ଼ିଶାରେ କଂଗ୍ରେସ ଦୁର୍ବଳ ହୋଇଛି । ତେବେ କଂଗ୍ରେସରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ ବୋଲି ଅଧିରାଜ ପ୍ରତିକ୍ରିୟାରେ କହିଥିଲେ। ’