ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକର ଏଡିଇଓ
ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋରାପୁଟ ଜିଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଶୋୟୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି । କୋରାପୁଟ କୋଟପାଡ଼ ବ୍ଳକ ଆକାଉଣ୍ଟାଣ୍ଟ ପାର୍ଥସାରଥୀଙ୍କ ଘରେ ଚଢାଉ ହୋଇଛି । ବୋରିଗୁମ୍ମା ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ସୂଚନା ଅନୁସାରେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆସ୍ଥିତ ପୈତୃକ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି ।
