ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା

ବଦଳିଲା ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା

ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା । ଏଥର ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା । ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା । ଝାରପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି ।  ପ୍ରତିବର୍ଷ ଭଳି ଏଥର ବି ମହାଆଡ଼ମ୍ୱରରେ ହେବ ପୂଜା । ସବୁ ବିବାଦ ତୁଟି ଏବେ ପୁଣି ଥରେ ଝଲସିବ ପୂଜା ମଣ୍ଡପ ।ଦୁଇପକ୍ଷର ଗଣ୍ଡଗୋଳ ଫଳରେ ୧୪ ବର୍ଷ ଧରି ଚାଲିଥିବା ଦୁର୍ଗାପୂଜା ଚଳିତବର୍ଷ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ୨୦୧୧ ମସିହାରେ ପ୍ରଥମ କରି ଝାରପଡ଼ାରେ ଗାଁ ଲୋକଙ୍କ ଦ୍ୱାରା ଦୁର୍ଗା ପୂଜା ଆରମ୍ଭ ହୋଇଥିଲା ।