ଧାମରାରେ ଆଦାନି ଗ୍ରୁପ କରିବ ଇଣ୍ତଷ୍ଟ୍ରିଆଲ ପାର୍କ

ଓଡ଼ିଶାରେ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ଉତ୍କର୍ଷ ଓଡିଶାରେ – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଅନୁଷ୍ଠିତ ହୋଇଛି । ଉତ୍କର୍ଷ ଓଡିଶାରେରେ ରାଜ୍ୟ ସରକାରଙ୍କ ସହ ଆଦାନି ଗ୍ରୁପ ଏୟଓୟୁ କରିଛି । ଧାମରାରେ ଆଦାନି ଗ୍ରୁପ କରିବ ଇଣ୍ତଷ୍ଟ୍ରିଆଲ ପାର୍କ ଏବଂ ପୋର୍ଟ ସମ୍ପ୍ରସାରଣ କରିବ । ଓଡ଼ିଶାରେ ନିବେଶ କରିବ ୨.୨୮ ଲକ୍ଷ କୋଟି । ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ମାଧ୍ୟମରେ ୪.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ। ଏପର୍ଯ୍ୟନ୍ତ ଆଦାନୀ ଗ୍ରୁପ ସହିତ ବଡ଼ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଗ୍ରୁପ ସହିତ ୨.୨୮ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ ହୋଇଛି।ସେହିପରି ରାଜ୍ୟ କପର୍ ବଏଲ୍ ପ୍ଲାଣ୍ଟ କରିବ ବିର୍ଲା ଗ୍ରୁପ୍ । ସେହିପରି ଦକ୍ଷିଣ ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ । ଜେଏସଡବ୍ଲୁ କେନ୍ଦୁଝରରେ ୫ ମିଲିୟନ ଟନ ଶିଳ୍ପର ପ୍ରତିଷ୍ଠା କରିବ । ସେହିପରି ଜେଏସପିଏଲ ୭୦ ଲକ୍ଷ ଟଙ୍କା ନିବେଶ କରିବ । ବର୍ତ୍ତମାନ ସୁଦ୍ଧା ୫୪ଟି ଏମଓୟୁ ସ୍ୱାକ୍ଷର ହୋଇଥିବା ନେଇ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ।