ଆଦାନୀ ଗ୍ରୁପ୍ ହାତକୁ ଗଲା ଗୋପାଳପୁର ବନ୍ଦର

ଗୋପାଳପୁର ବନ୍ଦର କିଣିଲା ଆଦାନୀ ଗ୍ରୁପ୍

ଆଦାନୀ ଗ୍ରୁପ ହାତକୁ ଗଲା ଗୋପାଳପୁର ବନ୍ଦର । ଆଦାନୀ ପୋର୍ଟ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ ୩ ହଜାର ୮୦ କୋଟି ଟଙ୍କାରେ ଏହି ଚୁକ୍ତି କରିଛି । ଏସପି ବା ସାପୁରଜୀ ପାଲୋଞ୍ଜୀ ଗ୍ରୁପର ୫୬ ପ୍ରତିଶତ ସେୟାର ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ୩୯ ପ୍ରତିଶତ ଅଂଶକୁ କିଣିଛି ଆଦାନୀ ଗ୍ରୁପ । ୨୦୧୭ରେ ବନ୍ଦରର ଅଂଶଧନକୁ ଏସପି ଗ୍ରୁପ୍ କିଣିଥିଲା। ଗୋପାଳପୁର ବନ୍ଦରର କ୍ଷମତା ବର୍ଷକୁ ୨୦ ମିଲିୟନ ମେଟ୍ରିକ ଟନ ରହିଛି। ଖଣିଜ ପଦାର୍ଥ ପରିବହନରେ ଏହି ବନ୍ଦର ପୂର୍ବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ବନ୍ଦରରୁ ଏନ-୧୬ ସହ ସହଜ ସରଳ ଯୋଗାଯୋଗ ମଧ୍ୟ ରହିଛି । ଚେନ୍ନାଇ ଓ ହାୱଡାକୁ ଏହି ବନ୍ଦର ମାଧ୍ୟମରେ ପରିବହନ ଦକ୍ଷତା ରହିଛି ବୋଲି ଆଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି । ତେବେ ପୂର୍ବରୁ ଧାମରା ବନ୍ଦର ମଧ୍ୟ ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଛି ।