ଆମେରିକାର ଅଭିଯୋଗର କେଇ ମିନିଟରେ ବୁଡିଲା ଆଦାନୀଙ୍କ ଶେୟାର

ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି

ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଲାଞ୍ଚ ଦେଇ ଠକିଛନ୍ତି। କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣା ଆଦାନୀ ଗ୍ରୁପ କମ୍ପାନୀ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ ।ଏହି ଘଟଣା ପରେ ଆଦାନୀ ଗ୍ରୁପ୍ର ଶେୟାରରେ ବହୁତ ହ୍ରାସ ଘଟିଛି। ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ଏନର୍ଜି ସଲ୍ୟୁସନର ଶେୟାରଗୁଡିକ ପ୍ରାରମ୍ଭିକ କାରବାର ସମୟରେ ୧୦-୨୦ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନିଫ୍ଟି ୧୮୭ ପଏଣ୍ଟ ହ୍ରାସ କରି ୨୩,୩୩୦ ଥିବାବେଳେ ସେନସେକ୍ସ ୫୪୯ ପଏଣ୍ଟରେ ଦୁର୍ବଳ ହୋଇ ୭୭,୦୨୮ରେ କାରବାର ପହଞ୍ଚିଛି।

Leave a Reply

Your email address will not be published. Required fields are marked *