ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ
ଆଦାନୀ ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଲାଞ୍ଚ କାରବାର ଅଭିଯୋଗକୁ ନେଇ କାଠଗଡ଼ାରେ କେନ୍ଦ୍ର ସରକାର। ଗିରଫ କରିବା ବଦଳରେ ମୋଦୀ ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର, ଆଦାନୀ ଗ୍ରୁପ୍ ଓ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ଏହାର ଜବାବ ରଖିଛନ୍ତି। ଆମେରିକାର ଲାଞ୍ଚ ଅଭିଯୋଗକୁ ନେଇ ଆଦାନୀ ଗ୍ରୁପ୍ ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। କମ୍ପାନୀ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କମ୍ପାନୀ ସମୂହ ପକ୍ଷରୁ କୁହାଯାଇଛି। ଆଦାନୀ ଗ୍ରୀନ ଏନର୍ଜି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଥମ ଥର ପାଇଁ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସୁରକ୍ଷାରେ ଆଗକୁ ଆସିଛନ୍ତି ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ମୁକୁଲ ରୋହତଗୀ। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ସେ କହିଛନ୍ତି।