ବିଜେଡି ଛାଡ଼ିଲେ ବବିଙ୍କ ଭିଣୋଇ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଅଭିନେତା ଅରିନ୍ଦମ ରାୟ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଅଭିନେତା ଅରିନ୍ଦମ ରାୟ। ସେ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ। ଅରିନ୍ଦମ ଆଜି ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଅରିନ୍ଦମ ରାୟଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଅରିନ୍ଦମ ରାୟ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦ ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ନବୀନଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇନଥିବା ସେ ଅଭିଯୋଗ କରିଥିଲେ । ଏପରିକି ଗତ କିଛି ଦିନ ଧରି ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳିନଥିଲା ବୋଲି କହିଥିଲେ। । ଏଣୁ ଦଳରେ ତାଙ୍କର ସ୍ଥାନ କିଛି ନାହିଁ ବୋଲି ଅନୁଭବ କରିବା ପରେ ସେ ବିଜେଡିର ପ୍ରାଥମିକ ସଦସ୍ୟତା ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା କହିଥିଲେ। ଏହା ସହିତ ନବୀନ ତାଙ୍କର ସ୍ଥିତିକୁ ବୁଝିବେ ବୋଲି ସେ ଆଶାବାଦୀ ଥିବା ଓ ତାଙ୍କ ପ୍ରତି କୌଣସି ଦ୍ୱେଷ ବା କ୍ରୋଧ ନରଖିବାକୁ ଅନୁରୋଧ କରିଥିଲେ । ଅରିନ୍ଦମ ହେଉଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ।