ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ ଦୁଇ ଜଣ ସମବାୟ ସମିତି କର୍ମଚାରୀ ଏବଂ ଜଣେ ନିୟନ୍ତ୍ରିତ ବଜାର କମିଟିର ସଦସ୍ୟଙ୍କୁ ବହିଷ୍କାର କରାଯାଇଛି। ୫ଜଣ ସମବାୟ ସମିତି କର୍ମଚାରୀ ଜଣେ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୬ଜଣ ସମବାୟ ସମିତିର ଧାନ କ୍ରୟ ଅଧିକାରୀଙ୍କୁ ଧାନ କିଣା ପ୍ରକ୍ରିୟାରୁ ଅବ୍ୟାହତି ଦିଆଯାଇଛି। ଜଣେ ମାର୍କେଟିଂ ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି ଆଉଜଣେ ସପ୍ଲାଇ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୯ ଗୋଟି ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୮ ଗୋଟି ଧାନ ବୋଝେଇ ଗାଡିକୁ ଜବତ୍ କରାଯାଇଛି।ଯୋଗାଣ ମନ୍ତ୍ରୀଙ୍କ ବ୍ୟକ୍ତି ଗତ ରାଜନୈତିକ ସଚିବ ଜୀବନ ଜ୍ୟୋତି ଗଡ଼ନାୟକଙ୍କ ନାଁରେ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ ଆଣିଥିଲେ ମନ୍ତ୍ରୀଙ୍କ ନାଁରେ ସେ ଟଙ୍କା କଲେକ୍ସନ କରୁଛନ୍ତି।ଏହା ଉପରେ ମନ୍ତ୍ରୀ ଗୃହ ରେ ଉତ୍ତର ରଖି କହିଛନ୍ତି ଗତ ନଭେମ୍ବର ୧୧ ତାରିଖରୁ ବହିଷ୍କାର କରାଯାଇଛି।

ଚଳିତ ଖରିଫ ଋତୁରେ 17 ତାରିଖ ସୁଦ୍ଧା 13 ଲକ୍ଷ 57ହଜାର 224 ଜଣ ଚାଷୀଙ୍କଠାରୁ 61ଲକ୍ଷ 67 ହଜାର 488 ମେଟ୍ରିକ ଟନ ଧାନ କିଣାଯାଇଛି। ଏମଏସପି ବାବଦରେ 14 ହଜାର 208 କୋଟି ଟଙ୍କା ଦିଆଜାଇଥିବା ବେଳେ ଇନପୁଟ ଆଶିଷଟାଂଶ ହିସାବରେ 4 ହାଜର 942 କୋଟି ଟଙ୍କା ପ୍ରଦାନ କରାଯାଇଛି। ଚଳିତ ବର୍ଷରେ 17 ଲକ୍ଷ 50 ହଜାର ଚାଷୀ ଧାନ ଦେବା ପାଇଁ ପଞ୍ଜିକରଣ କରିଛନ୍ତି । ସେଭଳି 23-24ରେ 55.81 ଲକ୍ଷ ଏକର ଚାଷଜମି ପଞ୍ଜିକରଣ ହୋଇଥିଲା 24-25ରେ 56.42 ଲକ୍ଷ ଏକର ଚାଷ ଜମି ପଞ୍ଜିକରଣ ହୋଇଛି।  ଗତବର୍ଷ 17 ଫେବୃଆରୀ ସୁଦ୍ଧା  55.39 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତବର୍ଷ ଏହି ସମୟରେ 61.77 ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି।  6.38 ମେଟ୍ରିକ ଟନ ଧାନ ଅଧିକ ସଂଗ୍ରହ ହୋଇଛି। ଅଦିନିଆ ବର୍ଷାରେ 4 ଲକ୍ଷ 91 ହଜାର 168 ଚାଷୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଷୀଙ୍କୁ 177.98 କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। 2.8 ଲକ୍ଷ ବୀମାଭୁକ୍ତ ଚାଷୀଙ୍କୁ 45.66 କୋଟି ଟଙ୍କା ବୀମା କମ୍ପାନୀ କ୍ଷତିପୂରଣ ଦେଇଛନ୍ତି । ଧାନର ମାନ ପରୀକ୍ଷା କରିବା ପାଇଁ 1718 ଜଣ ନିଯୁକ୍ତ ହୋଇଛନ୍ତି। ନନ ଏଫଏକ୍ୟୁରୁ ଏଫଏକ୍ୟୁରେ ପରିବର୍ତନ କରିବା ପାଇଁ 140 ଟି ସଫେଇ ଯନ୍ତ୍ର ଯୋଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *