ଟଙ୍କପାଣି ସାଇମନ୍ଦିର ନିକଟରେ ବଡ଼ ଦୁର୍ଘଟଣା

ବାଇକକୁ ଧକ୍କା ଦେଲା କାର, ୩ ମୃତ

ଟଙ୍କପାଣି ସାଇମନ୍ଦିର ନିକଟରେ ବଡ଼ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା କାର, ୩ ମୃତ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ମିଳିଥିବା ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ବାଇକରେ ଯାଉଥିଲେ । ହେଲେ ପୁରୀ ବାଇପାସ ସାଇମନ୍ଦିର ନିକଟରେ ବାଇକକୁ ଧକ୍କା ଦେଇଥିଲା  କାର୍ ।  ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । କାର୍ ମାଲିକଙ୍କୁ ଅଟକ ରଖିଛି ପୋଲିସ । କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା ।  ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।