ମହାକୁମ୍ଭକୁ ଯିବା ବେଳେ ବଡ଼ ଦୁର୍ଘଟଣା

ପ୍ରୟାଗରାଜ-ମିର୍ଜାପୁର ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା, ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମହାକୁମ୍ଭକୁ ଯିବା ବେଳେ ବଡ଼ ଦୁର୍ଘଟଣା । ପ୍ରୟାଗରାଜ-ମିର୍ଜାପୁର ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ସହ ବୋଲେରୋ ଧକ୍କା, ଦୁର୍ଘଟଣାରେ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ବୋଲେରୋରେ ଛତିଶଗଡ଼ରୁ ମହାକୁମ୍ଭ ଯାଉଥିଲେ ଶ୍ରଦ୍ଧାଳୁ । ବସ୍ରେ ଥିବା ୧୯ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପହଞ୍ଚାଇବା ସହ ମୃତ ଶବକୁ ଶବ ଗୃହରେ ରଖାଯାଇଛି । ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେ ଉପରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା କରୁଥିଲା ବୋଲେରୋ କାର୍ ଏବଂ ଏକ ଯାତ୍ରୀବାହି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଛି । ବୋଲେରୋ ଗାଡିରେ ୨୫ ବର୍ଷରୁ ୪୫ବର୍ଷ ବୟସର ସମସ୍ତେ ପୁରୁଷ ଯାତ୍ରା କରୁଥିଲେ । ଆଉ ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ବସରେ ଥିବା ୧୯ଯାତ୍ରୀ ବି ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନେ କୁମ୍ଭ ମେଳାରେ ସଂଘମ ସ୍ନାନ ସାରି ବାରଣାସୀ ଯାତ୍ରା କରୁଥିଲେ । ସମସ୍ତ ଆହାତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।